Viral Video: ସୋର ଥାନା ୧୬ନଂ ଜାତୀୟ ରାଜପଥ ଦହିସଡା ସାଧନା ହୋଟେଲ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ସ୍କୁଟି ଭାରସାମ୍ୟ ହରାଇବା କାରଣରୁ ଦୁଇ ଯାତ୍ରା ଅଭିନେତ୍ରୀ ଏକ ବ୍ରିଜ ଉପରୁ ପ୍ରାୟ ୨୦ ଫୁଟ ତଳେ ଖସି ପଡିଥିଲେ । ଫଳରେ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦୁଇ ଯାତ୍ରା ଅଭିନେତ୍ରୀଙ୍କ ନାମ ହେଉଛି ବାଲେଶ୍ୱର ବୁରୁଦା ଅଞ୍ଚଳର ଝିଲି ସାହାଣୀ ଏବଂ ପାଣିକୋଇଲି ଅଞ୍ଚଳର ପାୟଲ ପଣ୍ଡା। ଦୁର୍ଘଟଣାରେ ପାୟଲଙ୍କ ମୃତ୍ୟୁ ହୋଇଥିବା ସମୟରେ ଝିଲି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।