Video: ଜଲିଉଡ ଦୁନିଆର ଚର୍ଚ୍ଚିତ ନାଁ ରୁନୁ ପଣ୍ଡା । ମେଲୋଡି କୁଇନ ଭାବେ ରୁନୁଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ରୁନୁ ନିଜ ଦମଦାର ଭଏସରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାନ୍ତି । ତେବେ ନିକଟରେ ଅପେରା ସୂର୍ଯ୍ୟମନ୍ଦିର ମଞ୍ଚରେ ରୁନୁଙ୍କ ସହ ଏପରି କିଛି ଘଟିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବୟସ୍କ ବ୍ୟକ୍ତି ରୁନୁ ପଣ୍ଡାଙ୍କ ବେକରେ ଫୁଲମାଳ ପିନ୍ଧାଇଛନ୍ତି । ଏହାର ପ୍ରତିବଦଳରେ ରୁନୁ ମଧ୍ୟ ବ୍ୟକ୍ତିଙ୍କ ବେକରେ ଫୁଲ ମାଳ ପିନ୍ଧାଇଥିଲେ ।