Viral Video: ବାରବାଟୀରେ ମ୍ୟାଚ ସମୟରେ ହୋଇଥିବା ଅବ୍ୟବସ୍ଥା ସମ୍ପର୍କରେ ଗୋଟିଏ ପରେ ଆଉ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ମ୍ୟାଚ ସମୟରେ ଲାଇଟ୍ ଲିଭିବା କାରଣରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା । ଆଉ ବର୍ତ୍ତମାନ ଆଉ ଏକ ସ୍ଥାନର ଏହି ଭିଡିଓଟି ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଭିଡିଓଟି ଅପଲୋଡ କରି ଲେଖିଛନ୍ତି ଯେ, କଣ କାଲି କଣ ବାରବାଟୀରେ ବର୍ଷା ବି ହେଇଥିଲା?