Odisha News: ଅନାହାରରେ ଗୋମାତା। ଆବଶ୍ୟକୀୟ ଖାଦ୍ୟ ଅଭାବରୁ ୪ ଟି ଗୋରୁଙ୍କର ଗତ ଦୁଇ ଦିନ ଭିତରେ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଗୋରୁ ପ୍ରାୟ ଅନାହାର ରେ କଙ୍କାଳ ଭଳି ହୋଇ ପଡିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତରଜଙ୍ଗା ପଞ୍ଚାୟତରେ ଥିବା ଶୂନ୍ୟବାସୀ ଗୋରେଖ ଗୋସେବା ସଂସ୍ଥାନରେ। ଶତାଧିକ ଗୋମାତା ରହିଛନ୍ତି ଅନାହାରରେ। ପେଟପୁରା ଗଣ୍ଡାଏ ଖାଇବାକୁ ମିଳୁନାହିଁ। ଖାଦ୍ୟ ଅଭାବରୁ ଦୁଇ ଦିନ ଭିତରେ ୪ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଅନ୍ୟ ଗୋରୁଗାଈ ମାନେ କଙ୍କାଳ ସଦୃଶ ହୋଇ ପଡିଛନ୍ତି। ୨୦୨୧ରେ ସ୍ଥାନୀୟ କିଛି ବଦାନ୍ୟ ଯୁବକଙ୍କ ପ୍ରଚେଷ୍ଟାରେ ଏହି ଗୋଶାଳା ଗଠନ ହୋଇଥିଲା।