ICC Champions Trophy: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡକୁ ଚାରି ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଏହି ମର୍ଯ୍ୟାଦା ଜନକ ଟ୍ରଫି କବଜା କରିଛି। ମ୍ୟାଚ୍ ପରେ ରୋହିତ ତାଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସ୍ପଷ୍ଟ କରିଥିଲେ ଯେ ସେ ବର୍ତ୍ତମାନ ଏକଦିବସୀୟ କ୍ରିକେଟରୁ ଅବସର ନେଉନାହାଁନ୍ତି। ଏହାସହ ଟ୍ରଫି ହାତେଇବା ପରେ କେମିତି ଥିଲା ସେଲିବ୍ରେସନର ମାହୋଲ...ତାହାର ଏକ ଭିଡିଓ ଆଇସିସି ସେୟାର କରିଛି।