Dr Debendra Pradhan:ପରଲୋକରେ ଡକ୍ଟର ଦେବେନ୍ଦ୍ର ପ୍ରଧାନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ହୋଇଛି । ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଛି । ତେବେ ଆଜି ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଡ. ଦେବେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ, ପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଡକ୍ଟର ଦେବେନ୍ଦ୍ର ପ୍ରଧାନ ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ ଓ ସମାଜସେବୀ ଥିଲେ। ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଦେବେନ୍ଦ୍ରଲ ପ୍ରଧାନ। କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ହାସଲ କରିଥିଲେ ଉଚ୍ଚଶିକ୍ଷା । ୧୯୬୬ରେ କଟକ SCB ମେଡିକାଲ କଲେଜରୁ MBBS ଡିଗ୍ରୀ ହାସଲ କରିଥିଲେ ଦେବେନ୍ଦ୍ର ପ୍ରଧାନ । ତା'ପରେ ତାଳଚେର ଡେରାରେ ମେଡିକାଲ ଅଫିସର ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ ।