Sambit apologies: ମହାପ୍ରଭୁ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହି ବିବାଦକୁ ଆସିଥିବା ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆଜି ମହାପ୍ରଭୁଙ୍କ ନିକଟରେ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରିଛନ୍ତି। ତୃତୀୟ ପର୍ଯ୍ଯାୟ ନିର୍ବାଚନ ଲାଗି ଆଜି ପ୍ରଚାରର ଅନ୍ତିମ ଦିନରେ ଏକ ମଟରସାଇକେଲ ଶୋଭାଯାତ୍ରାରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ସମ୍ବିତ। ଆଖିରେ ଗଡିଯାଉଥାଏ ଲୁହ ଧାର। ମନ୍ଦିରରେ ନିଜର ଭୁଲ ପାଇଁ ମହାପ୍ରଭୁଙ୍କ ନିକଟରେ ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା କରିଛନ୍ତି। ମନ୍ଦିରରୁ ବାହାରିବା ପରେ ବି ଆଖିରୁ ଶୁଖିନଥିଲା ଲୁହ। ପାଟିରୁ ଖସିଯାଇଥିବା ଶବ୍ଦକୁ ନେଇ ଅନେକ ଅନୁତାପ କରିଛନ୍ତି।