Odisha Election: ସ୍ୱାଧୀନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ। ଘସିପୁରାରୁ ସେ ପ୍ରାର୍ଥୀ ହେବେ। ବିଜେପିରୁ ଟିକଟ ନମିଳିବା ପରେ ସେ ଏହି କଥା କହିଛନ୍ତି। ଆନନ୍ଦପୁର ନିଜ ଘରେ ଏକ କର୍ମୀ ସମ୍ମିଳନୀରେ ସେ କହିଛନ୍ତି, ବିଜେପି ଲାଗି ସେ ଆଗ୍ରହୀ ନଥିଲେ। ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ତାଙ୍କୁ ପୁରୁଣା ଦଳକୁ ଫେରି ଆସିବାକୁ ନିବେଦନ କରିଥିଲେ। ଏଥିରେ ସେ ରାଜି ବି ହୋଇଥିଲେ। କିନ୍ତୁ ଶେଷ ସମୟରେ ଦଳ ତାଙ୍କୁ ଟିକଟ ଦେଲା ନାହିଁ। ସେ ଆସନ୍ତା କାଲି କିମ୍ବା ସୋମବାରଦିନ ମନୋନୟନପତ୍ର ଦାଖଲ କରିବେ।