Steve Smith: ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଭାରତଠାରୁ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏକଦିବସୀୟ କ୍ରିକେଟରୁ ଅବସର ନେଇ କ୍ରିକେଟ ଜଗତକୁ ଚକିତ କରିଦେଇଛନ୍ତି। ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସ୍ମିଥ୍ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ। ନିଜ ନିଷ୍ପତ୍ତିକୁ ସାର୍ବଜନୀନ କରିବା ପୂର୍ବରୁ ସେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏ ବିଷୟରେ ଜଣାଇଥିଲେ। ସ୍ମିଥ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ମୋ ଦିନିକିଆ କ୍ୟାରିୟରର ଅଧ୍ୟାୟ ଶେଷ କରିବାର ସମୟ ଆସିଛି। କାନାରୀ ୟେଲୋ ପିନ୍ଧିବା ଏବଂ ଦୁଇଟି ବିଶ୍ୱକପ୍ ବିଜେତା ଦଳର ଅଂଶ ହେବା ମୋ ପାଇଁ ଗର୍ବର ବିଷୟ। ସମସ୍ତ ସମର୍ଥନ ପାଇଁ ଧନ୍ୟବାଦ, ଏହା ଏକ ଆଶ୍ଚର୍ଯ୍ୟଜନକ ଯାତ୍ରା ଥିଲା। ତେବେ ବିରାଟଙ୍କୁ ଯେତେବେଳେ ସେ ଏ ବିଷୟରେ କହିଥିଲେ ଏହାର ଏକ ଭିଡିଓ ଟେ ଏବେ ଭାଇରାଲ ହୋଇଛି।