Virat Kohli On Chhi Chhi Song: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ବେଳେ ହୋଇଥିବା ଲାଇଟ ସମସ୍ୟାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ ଦଳ ଏହାକୁ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ସରକାର ଏହି ଘଟଣାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏନେଇ ଓସିଏକୁ କ୍ରୀଡା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୧୦ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କ୍ରୀଡ଼ା ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଏହି ସମୟରେ ଭାଇରାଲ ହୋଇଛି ଭିଡିଓ। ଫ୍ଲଡ ଲାଇଟ୍ ଖରାପ ବେଳେ ପାଭିଲିୟନକୁ ଫେରିଥିଲେ ଦୁଇ ଖେଳାଳି । ସେତିକି ବେଳେ ଷ୍ଟାଡିୟମରେ ବାଜିଥିଲା ଛି ଛି ଗୀତ ଯାହାକୁ ଶୁଣି ହସିଦେଇଥିଲେ ବିରାଟ।