Delhi Earthquake: ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳରେ ଆଜି ଭୋର୍ରୁ ଭୂକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪ ଥିଲା ବୋଲି ଜାତୀୟ ସିସ୍ମୋଲୋଜି ପ୍ରତିଷ୍ଠାନ ସ୍ପଷ୍ଟ କରିଛି। ସକାଳ ପ୍ରାୟ ସାଢ଼େ ୫ଟା ସମୟକ ସେମାନଙ୍କ ଘର ଦୋହଲିବା ଅନୁଭବ କରିବା ପରେ ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଲୋକେ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ଧୌଳାକୂଆଁ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି। ଏହା ୫ କିଲୋମିଟର ତଳକୁ ବ୍ୟାପିଥିବା ସ୍ପଷ୍ଟ କରିଛି ବିଭାଗ।