Odisha Crime: ଜଳେଶ୍ବର ଥାନା ଅଗ୍ରୱାଲ ଛକ ଅନତି ଦୂରରୁ ଜଣେ ଦୁର୍ବୁର୍ତ୍ତ ଆସି ଟଙ୍କା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ମହିଳା। ଜମି କିଣିବା ପାଇଁ ଜଳେଶ୍ବର ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରକୁ ସାଇକେଲରେ ପୁତୁରା ସାଙ୍ଗରେ ଫେରୁଥିବା ବେଳେ ଏକ କଳା ପଲସର ବାଇକ ରେ ଜଣେ ଦୁର୍ବୁର୍ତ୍ତ ଟଙ୍କା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ମହିଳା ଜଳେଶ୍ବର ଥାନାରେ ଅଭିଯୋଗ ପରେ ଘଟଣା ଅଧିକ ତଦନ୍ତ କରୁଛି ପୋଲିସ । ତେବେ ମହିଳାଙ୍କ ଘର ରାଇବଣିଆ ଥାନା ଅନ୍ତର୍ଗତ ଡି ପି ପୁର ଗ୍ରାମର ମଞ୍ଜୁଲତା ବୋଲି ଜଣା ପଡିଛି!