Advertisement

Kerala landslide 

alt
କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ ଘଟି ଶତାଧିକ ଲୋକ ଙ୍କ ମୃତ୍ୟୁ ହୋଇଚି। ଏହି ଘଟଣା ସାରା ଦେଶ ବାସୀ ଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳଯାଇଛି। ଏହି ଦୁଃଖଦ ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ରେ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ମୃତକ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହି ପରି ଏହି ଘଟଣା ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସୁଦର୍ଶନ। ଏହି ଦୁଃଖଦ ସମୟ ରେ ସାରା ଭାରତ ବାସି ଏକଜୁଟ ହୋଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମ ରେ ସମସ୍ତ ଙ୍କୁ ବାର୍ତା ଦେଇଛନ୍ତି। ପୁରୀ ବେଳାଭୂମି ର ନିଳାଦ୍ରୀ
Aug 2,2024, 14:39 PM IST

Trending news

;